ଲରେନ୍ସଙ୍କ ହତ୍ୟା ଧମକକୁ ଡରନ୍ତି ନାହିଁ ସଲମାନ, କହିଲେ-ମୋ ଆୟୁଷ ଯେତିକି...

Published By : Prameya-News7 Bureau | March 27, 2025 IST

ମୁମ୍ଵାଇ ୨୭।୦୩; ପ୍ରତ୍ୟେକ ଇଦ୍‌ରେ ସଲମାନ ଖାନ ଦମ୍‌ଦାର ଫିଲ୍ମ ଆଣନ୍ତି। ଏଥିପାଇଁ ତାଙ୍କ ପ୍ରଶଂସକମାନେ ଖୁସିରେ ପାଗଳ ହୋଇଯାଆନ୍ତି। ଏବେ ଇଦର ବିଶେଷ ଅବସରରେ ସଲମାନ ତାଙ୍କର ଫିଲ୍ମ ସିକନ୍ଦର ରିଲିଜ୍ କରିବାକୁ ଯାଉଛନ୍ତି। ରବିବାର, ୩୦ ମାର୍ଚ୍ଚରେ ସିକନ୍ଦର ବକ୍ସ ଅଫିସରେ ଧମାଲ କରିବାକୁ ପ୍ରସ୍ତୁତ। ଆଶା କରାଯାଉଛି ଯେ ସିକନ୍ଦର ରିଲିଜ୍ ହେବା ସହିତ ବକ୍ସ ଅଫିସରେ ଜବରଦସ୍ତ କଲେକସନ କରିବ। ହେଲେ ସିକନ୍ଦରର ପ୍ରମୋସନ ସମୟରେ, ମିଳୁଥିବା ହତ୍ୟା ଧମକର ଜବାବ ଦେଇଥିଲେ ସଲମାନ ଖାନ।

୨୬ ମାର୍ଚ୍ଚରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସଲମାନ ଖାନ ସିକନ୍ଦରଙ୍କ ବିଷୟରେ କହିଥିଲେ। ସେ ସମସ୍ତଙ୍କ ପ୍ରଶ୍ନର ଉତ୍ତର ମଧ୍ୟ ଦେଇଥିଲେ। ସମସ୍ତେ ଜାଣନ୍ତି ଯେ ସଲମାନ ଖାନଙ୍କୁ ଅନେକ ଥର ହତ୍ୟା ଧମକ ମିଳିଛି। ଏ ସମ୍ପର୍କରେ, ଯେତେବେଳେ ସଲମାନଙ୍କୁ ପଚରାଗଲା ଯେ ହତ୍ୟା ଧମକ ତାଙ୍କୁ ଚିନ୍ତା କରାଏ କି? ସଲମାନ ଉତ୍ତର ଦେବା ପୂର୍ବରୁ ତାଙ୍କ ଆଙ୍ଗୁଠି ଉପରକୁ ଦେଖାଇଥିଲେ।

ଏନେଇ ସଲମାନ କହିଥିଲେ, "ଭଗବାନ, ଆଲ୍ଲା ସବୁଠୁ ଉପରେ। ମୋର ଭାଗ୍ୟରେ ଯେତିକି ବୟସ ଲେଖା ଥିବ .. ସେତିକି ହିଁ ହେବ।ବେଳେବେଳେ ବହୁତ ଲୋକଙ୍କୁ ସାଙ୍ଗରେ ନେବାକୁ ପଡ଼େ, ସେଇଟା ହିଁ ସମସ୍ୟା।" ସଲମାନ କେବଳ ଜଣେ ବଡ଼ ସୁପରଷ୍ଟାର ନୁହଁନ୍ତି, ସେ ସବୁବେଳେ ତାଙ୍କ ପରିବାରକୁ ସାଙ୍ଗରେ ନେଇଯାଆନ୍ତି। ସଲମାନ ତାଙ୍କର ଖୋଲା ହୃଦୟ ପାଇଁ ମଧ୍ୟ ଜଣାଶୁଣା। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.